ଟିକ୍ରାପଡା ପୂଜା ମଣ୍ଡପର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଟିକ୍ରାପଡା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ବିଗତ ବର୍ଷର ଆୟବ୍ୟୟର ହିସାବ ଦେବା ସହ ଚଳିତ ବର୍ଷ ମଧ୍ୟ ନବରାତ୍ର ଦୁର୍ଗାପୂଜା ଆୟୋଜନର ପ୍ରସ୍ତାବ ଆଗତ କରିଥିଲେ । ଉପସଭାପତି ସନ୍ତକ ବହିଦାରଙ୍କ ପ୍ରସ୍ତାବ କ୍ରମେ ପାଠାଗାର କମିଟି ସହ ସମନ୍ୱୟ ରଖି ଏକ ତିନି ଜଣିଆ କମିଟି ଚିତ୍ତରଂଜନ ସାହୁ, ଜିତେନ୍ଦ୍ର ନାଗ ଏବଂ ରିଆଜ ଖାନଙ୍କୁ ଚଳିତ ବର୍ଷର ଦୁର୍ଗାପୂଜା ଆୟୋଜନ ପାଇଁ ଦାୟିତ୍ୱ ପ୍ରସ୍ତାବ ସଭାରେ ଗୃହୀତ ହୋଇଥିଲା । ସଭାପତି ଶ୍ରୀ ନେପାକ ନୂତନ ପୂଜା ମଣ୍ଡପ ନିର୍ମାଣ ପାଇଁ ଦଶହରା ଦିନ ଅନୁକୂଳ କରାଯିବା ନେଇ ସୂଚନା ଦେଇଥିଲେ । ଦୁର୍ଗାପୂଜା ଆୟୋଜନ ପାଇଁ ସଂଜୟ ଗଡତ୍ୟା, ରାଜେନ୍ଦ୍ର ପାଣି, ଆକବର ଖାନ, ସୁରୁ ସାହୁ, ଜିତୁ ମଟାରୀ, ମାନା ଖାନା, କୁନୁ ପାତ୍ର, ଦୁର୍ଗା ସାହୁ, ଟୁନୁ ସାହୁ, ସଂଗ୍ରାମ ବହିଦାର, ରାଜେନ୍ଦ୍ର ମିଶ୍ର, ବୈଷ୍ଣବ ସାହୁ, ଅବଦୁଲ ରଜାକ, ପ୍ରମୋଦ ସାହୁ, ମହେନ୍ଦ୍ର ବାଗ, ଅଜିତ ପଣ୍ଡା, ତ୍ରିନାଥ ସାହୁ, ଦାଶରଥି ସାହୁଙ୍କୁ ନେଇ କମିଟିମାନ ଗଠନ କରାଯାଇଥିଲା । ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ସୁଧାନିଧି ହୋତା, ନିଳମଣି ମିଶ୍ର, ସୂର୍ଯ୍ୟ ପୁରୋହିତ, ପୀତବାସ ପଣ୍ଡା, ଅନୁ ବେହେରା, ହରିଶଙ୍କର ପଣ୍ଡା, ଅଶୋକ ଚାନ୍ଦ, ନବୀନ ନନ୍ଦ ପ୍ରମୁଖ ଉପଦେଷ୍ଟା କମିଟିର ସଦସ୍ୟ ରହିଛନ୍ତି । ଆଜିର ଏହି ସଭାରେ ପାଠାଗାର ସଦସ୍ୟ ଅମୀୟ ମିଶ୍ର, ପ୍ରଣୟ ଗଡତ୍ୟା, ଆନିଶ ସାହୁ, ଶିବେନ୍ଦ୍ର ସାହୁ, ହରିଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଆସନ୍ତା ତା.୦୩.୦୯.୨୦୨୫ ବୁଧବାର ଦିନ ପାଠାଗାରର ନୂଆଁଖାଇ ଭେଟଘାଟ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.