ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ନିମାପଲ୍ଲୀ ଗ୍ରାମରେ ବିଭିନ୍ନ କିସମର ଫଳ ଚାରା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳାଗାଁ ଗ୍ରାମପଞ୍ଚାୟତ ନିମାପଲ୍ଲୀ ଗ୍ରାମର କୋଠଘର ଠାରେ ଗ୍ରାମର ଏକଶହ ପରିବାରକୁ ୨୫୦ରୁ ବିଭିନ୍ନ କିସମର ଫଳ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସାଗରୀକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ବଉଳଗାଁ ସରପଞ୍ଚ ପ୍ରତିମା ଦାସ, ଭ୍ରମର ଦାସ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରା ଆବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.