ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜକୁ ୨ ସ୍ୱର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ହାସଲ

  • ଡେପୁଟି କଲେକ୍ଟର ଡ଼. ଶୁଭଙ୍କରି ସୁଦେଷ୍ଣା ଦାଶଙ୍କୁ ସଫଳତା ପାଇଁ ଅଭିନନ୍ଦନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତୀୟ ଶକ୍ତି ଉତ୍ତୋଳନ ସଙ୍ଘ ଆନୁକୂଲ୍ୟରେ ଝାରଖଣ୍ଡର ଜାମଶେଦପୁରଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳର ୩ ଜଣ ଖେଳାଳି ୪ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଚଳିତ ମାସ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସତ୍ୟବାନ ଜେନା ୯୩ କି. ଗ୍ରା. ବର୍ଗରେ ସ୍ୱର୍ଣ୍ଣ, ବିକ୍ରମ ବେହେରା ୮୩ କି ଗ୍ରା. ବର୍ଗରେ ସ୍ୱର୍ଣ୍ଣ ଓ ବେଞ୍ଚ ପ୍ରେସ ରେ ବ୍ରୋଞ୍ଜ, ଶୁଭଙ୍କରୀ ସ୍ୱଦେଶନା ଦାଶ ମହିଳା ବର୍ଗ ୬୩ କିଗ୍ରା ବେଞ୍ଚ ପ୍ରେସ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପପୁ ବିଶ୍ୱାଳ ଓ ମୋନାଲିଶା ପତ୍ର ଯଥା କ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିଲେ । ବ୍ରୋଞ୍ଜ ପଦକ ହାସଲ କରିଥିବା ଶୁଭଙ୍କରୀ ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ । ବ୍ୟସ୍ତତମ କର୍ମମୟ ଜୀବନ ଭିତରୁ ସମୟ ବାହାର କରି ନିଜର ଦୃଢ ଇଛାଶକ୍ତି ବଳରେ ଜଣେ ସଫଳ କ୍ରୀଡ଼ାବିତ ଭାବେ ବେଶ ସୁନାମ ଅର୍ଜନ କରିପାରିଛନ୍ତି । ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଓ ସମସ୍ତ ସହକାରୀବୃନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ପୂର୍ବରୁ ମଧ୍ୟ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି । ଏହି ସଫଳତା ପାଇଁ ସେ ନିଜ କୋଚ ବିକ୍ରମ ବେହେରାଙ୍କୁ ସମସ୍ତ ଶ୍ରେୟ ଦେବା ସହ ନିଜ ପରିବାରବର୍ଗଙ୍କ ସମେତ ସମସ୍ତ ସହକାରୀ କର୍ମଚାରୀଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

jittmm
Leave A Reply

Your email address will not be published.