ବେଳପଡ଼ା ପଞ୍ଚାୟତରେ ମନରେଗା ଦୁର୍ନୀତିକୁ ଖଣ୍ଡନ କଲେ ଶ୍ରମିକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତରେ ମନରେଗାରେ ଲୋକେ ଦୁର୍ନୀତି ଅଭିଯୋଗ କରିଥିବା ବେଳେ ଦୁର୍ନୀତି ହୋଇନାହିଁ ବୋଲି ପଞ୍ଚାୟତର ଶ୍ରମିକ ମାନେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଦ୍ୱାରସ୍ଥ ହୋଇଥିଲେ । ବେଳପଡ଼ା ପଂଚାୟତର ବିଭିନ୍ନ ଗାଁରେ ମନରେଗା ଯୋଜନାରେ ଠିକ ଭାବେ କାମ କରିବା ସହ ମଜୁରୀ ମଧ୍ୟ ଠିକ ଭାବେ ପାଉଥିବା କହିଛନ୍ତି । କାମ କରିନଥିବା ଲୋକେ ଅଯଥାରେ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି । ଅଭିଯୋଗ ଆଣୁଥିବା ପୋଖରୀ ଗୁଡିକରେ ମାଟି କାମ କରିଅଛୁ, ପାଉଣା ମଧ୍ୟ ମିଲିଅଛି ବୋଲି ଶତାଧିକ ଶ୍ରମିକ ଆସି ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ ଇସଲୱାରଙ୍କଠାରେ ଜଣାଇଥିଲେ । ବେଳପଡ଼ା ପଂଚାୟତରେ ଶୀଘ୍ର ଶ୍ରମିକମାନଙ୍କୁ ମନରେଗା କାମ ଯୋଗାଇ ଦିଆଯାଉ ନ ହେଲେ ଆଗାମୀ ଦିନରେ ଦାଦନ ଯିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.