
କଟକ : ମଦ ଦୋକାନକୁ ବି ଛାଡିଲେନି ଦୁର୍ବୁତ୍ତ । କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଷ୍ଟେଟବ୍ୟାଙ୍କ ନିକଟରେ ଥିବା ବିଦେଶୀ ମଦ ଦୋକାନରୁ ରାତିରେ ସିସିଟିଭି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ମଦ ଚୋରି କରି ନେଇଛନ୍ତି ଦୁର୍ବୁତ୍ତତ୍ତ ରାତିର ସୁଯୋଗ ନେଇ ଦୁର୍ବୁତ୍ତତ୍ତମାନେ ମଦ ଦୋକାନର ସିସିଟିଭି ଭାଙ୍ଗି ଚୋରି କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମଦ ଦୋକାନ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି । ଅପର ପକ୍ଷେ ଉକ୍ତ ସ୍ଥାନରେ ଥିବା ଅନ୍ୟ ସିସିଟିଭି ଗୁଡିକୁ ଯାଞ୍ଚ କରି ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି ସଧାରଣରେ ମତ ପ୍ରକାଶ ପାଇଛି ।