ବଲାଙ୍ଗିର, (ଦେବାଶିଷ ମିଶ୍ର) ବଲାଙ୍ଗିର ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାରରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ରାତଃ ରାମଧୁନ ସହ ସକାଳ ୮ ଘଣ୍ଟା ସମୟରେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ ପାଠାଗାରର ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ବିଙ୍ଗ ହ୍ୟୁମେନ କ୍ଲବର ସଭ୍ୟ ସଭ୍ୟାମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପାଠାଗାରର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ସମ୍ପାଦକ ପ୍ରଦୀପ ସାହୁ, ନେପାକ ପ୍ରମୁଖ ମହାତ୍ମା ଗାନ୍ଧିିଙ୍କ ପ୍ରତିମୂର୍ତ୍ତିି ରେ ମାଲ୍ୟାର୍ପଣ କରି ଉଦ୍ବୋଧନ ଦେଇଥିଲେ । ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମିଶ୍ର, ବୈଷ୍ଣବ ସାହୁ, ହରିଶଙ୍କର ପଣ୍ଡା, ସଂଗ୍ରାମ ବହିଦାର, ଅକବର ଖାନ, ଅବଦୁଲ ରଜାକ, ସୁବାଷ ଦାସ, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ବିଙ୍ଗ ହ୍ୟୁମେନ ହେଲଥ୍ କ୍ଲବର ଶୁଭମ ଦର୍ଜୀ ଏବଂ ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ପାଠାଗାରର ସଭ୍ୟ ସଭ୍ୟା ସମସ୍ତେ ଉପସ୍ଥିତ ଥିଲେ ।

Next Post