କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ନୂତନ ସରକାର ଆସିବାଠାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ବିଜେପି ପାର୍ଟିର କାର୍ଯ୍ୟାଳୟ ନ ଥିବା ଚର୍ଚ୍ଚା ଜୋର୍ ଧରିଥିଲା । ଗତକାଲି ଅପରାହ୍ନରେ ୧.୩୦ ସମୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କର କରକମଳରେ କେସିଙ୍ଗା ଚିରଞ୍ଜିବୀୀି ସିନେମା ହଲ୍ ପାଖରେ ଥିବା କୋଠା ଘର ରେ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଗଣ ଶିକ୍ଷା ମନ୍ତ୍ରୀ କେସିଙ୍ଗା ବିଜେପି ପାର୍ଟି ଆଗାମୀ ଦିନରେ କେମିତି ସଂଗଠିତ ହୋଇ ସୁଦୃଢ ହେବ ବୋଲି ଗୁରୁ ମନ୍ତ୍ର ଦେଇ ଥିଲେ । କଳାହାଣ୍ଡି ସାଂସଦ କେସିଙ୍ଗା ନଗରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼ କେସିଙ୍ଗା ବିଜେପି କର୍ମୀଙ୍କୁ ଏକତ୍ରୀତ ହୋଇ ପାର୍ଟିକୁ ଆଗେଇ ନେବା ପାଇଁ କହିଥିଲେ । ମଞ୍ଚ ପରିଚାଳନା କରିଥିଲେ କେସିଙ୍ଗା ବିଜେପି ପାର୍ଟି ନଗର ସମ୍ପାଦକ ଯୁଗଳ ଦୀପ ଓ କଳାହାଣ୍ଡି ଜିଲ୍ଲା ପୂର୍ବତନ ଉପସଭାପତି ବିର୍ଦ୍ଦି ଜୈନ ଧନ୍ୟବାଦ୍ ଅର୍ପଣ କରିବା ସହିତ କେସିଙ୍ଗାରୁ ରାଜଧାନୀ ଭୁବନେଶ୍ଵର ପାଇଁ ସିଧାସଳଖ ଟ୍ରେନ, କୋଣାର୍କ ସ୍ପିନିଙ୍ଗ ମିଳିର ପୁନଃଉଦ୍ଧାର, କେସିଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ବିଷୟ ଓ ବାଇପାସ୍ ରାସ୍ତା ନିର୍ମାଣ ଉପରେ ଆଲୋକପାତ କରିଥିଲେ । କଳାହାଣ୍ଡି ସାଂସଦ କୋଣାର୍କ ସ୍ପିନିଙ୍ଗର ପୁନଃଉଦ୍ଧାର ଏବଂ କେସିଙ୍ଗାରୁ ସିଧାସଳଖ ଟ୍ରେନ ଭୁବନେଶ୍ୱର ପାଇଁ ଆଗାମୀ ଦିନରେ କରାଯିବ ବୋଲି କହିଲେ । ଏହି ଅବସରରେ ଉପସ୍ଥିତ ଥିଲେ । କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା, ପୂର୍ବତନ ଜିଲ୍ଲା ବ୍ଲକ ଚେୟାମ୍ୟାନ ନମିତା ରାଣୀ ସାହୁ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୋହିତ୍ ଭୋଇ, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାଶ, ପୂର୍ବତନ ନଗରପାଳ ସରିତା ସିନ୍ଦୁର କାଉନସିଲର ଧରଣୀ ଧର ନାୟକ, ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର ପ୍ରୀତେଶ ପଟେଲ ,ଗୋବିନ୍ଦ ବନଛୋର ଓ ବିଜେପି କର୍ମୀ ଗଣ
Prev Post
Next Post