ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷାକେନ୍ଦ୍ର ସଭାପତି ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ୧୫୩ତମ ଶ୍ରୀଅରବିନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଦପଦ୍ମରେ ଧୂପପୁଷ୍ପ ଅର୍ପଣ କରାଯାଇଥିଲା । ବବିତା ପ୍ରଧାନ ଦୁର୍ଗାସ୍ତୋତ୍ର ପଠନ କରିଥିବା ବେଳେ ଜଗନ୍ନାଥ ରଣା ମାଁ ବହି ପଠନ କରିଥିଲେ । ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ମହିଳା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ଡଃ ସଙ୍ଘମିତ୍ରା ମିଶ୍ର ଓ ସମ୍ମାନୀତ ଅତିଥି ଭାବରେ ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର, ଶିକ୍ଷାକେନ୍ଦ୍ର ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ, ଅଧ୍ୟକ୍ଷ ଗଙ୍ଗାଧର ରଣା ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ । ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଅନିରୁଦ୍ଧ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପରେ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ତଥା ସ୍କୁଲ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ପରିଚାଳନାରେ ସମସ୍ତ ଅପା ଭାଇ ସହଯୋଗ କରିଥିବା ବେଳେ ସଭା ଶେଷରେ ଅଧ୍ୟକ୍ଷ ଗଙ୍ଗାଧର ରଣା ଧନ୍ୟବାଦ ଦେଇଥିଲେ ।

Prev Post