ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ତ ଖଣ୍ଡଦେଉଳୀ ଗ୍ରାମର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ହୁମା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ଏଥିରେ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍କ ସେବା ବର୍ତମାନ ଘରେ ବସି ବ୍ୟାଙ୍କ ସେବା ପାଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ସିଡିଓ ରାହୁଲ କାନ୍ତ, ଏସବିଆଇ ଆଞ୍ଚଳିକ ପ୍ରାବନ୍ଧକ ଶ୍ୟାମ ସୁନ୍ଦର ଠାକୁର, ଏଲ ଡ଼ିଏମ ହିମାଞ୍ଚଳ ବେହେରା ,ଏସବିଆଇ ସିଏମ ହରିକ୍ରିଷ୍ଣା ବେହେରା,ସ୍ଥାନୀୟ ସରପଞ୍ଚ ବୈରାଗୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜନ ସୁରକ୍ଷା ଯୋଜନା ଅଧୀନରେ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ନିଷ୍କ୍ରିୟ ହୋଇଯାଇଥିବା ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ, ଡିଜିଟାଲ ଧୋକାବାଡ଼ି ଇତ୍ୟାଦି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଓ ଜୀବନ ଜ୍ୟୋତି ଯୋଜନାରେ ଲାଭାର୍ଣିତ ହିତାଧିକାରୀମାନଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ହୁମା ଶାଖା ପରିଚାଳକ ପ୍ରଦୀପ ପରିଡା, ଆସ୍କା ଆରବିଓ ମ୍ୟାନେଜର ଦୁର୍ଯ୍ୟୋଧନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
