ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ : ତଲେ ପଡିଯାଇ ଉଡ଼ିଗଲା ସ୍ୱାମୀଙ୍କ ପ୍ରାଣବାୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୃତ୍ୟୁ ବି ଏମିତି ଆସେ । ତଳେ ପଡି ଚାଲିଗଲା ପ୍ରାଣବାୟୁ । ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ନିଜ ସ୍ତ୍ରୀ, ଝିଅ ସହ ଟଙ୍କା ଉଠାଣ ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଆସିଥିବା ସ୍ୱାମୀଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ପୁରୁଣା ବସଷ୍ଟାଣ୍ଡ ନିକଟରେ । ବଙ୍ଗୋମୁଣ୍ଡା ଥାନା ଖଇରା ଗ୍ରାମର ଭୀମସେନ ରଣା ନିଜ ସ୍ତ୍ରୀ ସହ ପିଏମ କିଷାନ ଟଙ୍କା ଉଠାଣ ପାଇଁ ଆସି ଘରକୁ ଯିବା ପାଇଁ ନିଜ ସୁପର ଏକ୍ସଲ ମୋଟର ସାଇକେଲକୁ ରଖିଥିବା ସ୍ଥାନରୁ ବାହାର କରୁଥିବା ବେଳେ ହଠାତ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ନିଜ ସ୍ତ୍ରୀ ସହ ହସ ଖୁସିରେ ଆସିଥିବା ପରିବାର ଉପରେ ଘୋଟିଗଲା କଲା ବାଦଲ । ତାଙ୍କ ସ୍ତ୍ରୀଙ୍କ ସହ ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହଟାତ ଏଭଳି ମୃତ୍ୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ଭୀମସେନଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏବଂ ୩ ଝିଅ ଅସହାୟ ହୋଇପଡିଛନ୍ତି ।

Leave A Reply

Your email address will not be published.