mahavir

୬୬୨ ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦୁଇ ଦଫା ଦାବି ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନରୁ ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦୁଇ ଦଫା ଦାବି ନେଇ କର୍ମଚାରୀ ସର୍ତ୍ତାବୀଳି ଓ ପେନସନ ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରାଯାଇଥିଲା । ପ୍ରଥମେ ର‍୍ୟାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଥିଲା ଏବଂ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯୁକ୍ତ ଦୁଇ ଓ ଯୁକ୍ତ ତିନ ମହବିଦ୍ୟାଳର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ରାଜ୍ୟ ନେତୃ ମଣ୍ଡଳୀର ନିର୍ଦ୍ଦେଶ କ୍ରମେ ଦାବି ପ୍ରଦାନ କରାଯାଇଥିଲା । ଉକ୍ତ ସଭାଯାତ୍ରାରେ ସଭାପତି ପ୍ରଣବ କୁଅଁର, ସଂପାଦକ ଛବିଳ ବଗର୍ତ୍ତି, ଉପ-ସଭାପତି ରାଜେଶ ମିଶ୍ର, ସହ-ସଂପାଦକ ପ୍ରମୋଦ କୁମାର ବଡପଣ୍ଡା, ଚକ୍ରଧର ପ୍ରଧାନ, ପ୍ରଦୀପ ଠାକୁର, ମୁକେଶ ସାହୁ, ଜୟକୃଷ୍ଣ ସାହୁ, ସଂଜୟ ସିଂ, ପୁରୁଷୋତ୍ତମ ଭଞ୍ଜ, ଶିବ ଉଦ୍‌ଗାତା, କୃପାସିନ୍ଧୁ ଯୋଷୀ, ଜୟ ପ୍ରକାଶ ମିଶ୍ର, ସୁବ୍ରତ ପାଢୀ, ଅଶୋକ ତ୍ରିପାଠି, ଅନୁପମ ବହେରା, ହରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଦାବି କରିଥିଲେ ।

Leave A Reply

Your email address will not be published.