ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ ସଭାଗୃହରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍ଏସ୍ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସ୍ଵାଧୀନତା ଦିବସକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳନ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ବିଡ଼ିଓ, ସାଧାରଣ ସମ୍ପାଦକ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ପାଦକ ଅଗସ୍ତି ବଘାର, କୋଷାଧ୍ୟକ୍ଷ ବିଏସ୍ଏସ୍ଓ, କମିଟିର ସଦସ୍ୟ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁରଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଅର୍ଥ କମିଟି, ପ୍ରତିଯୋଗିତା କମିଟି, ପଡିଆ ସାଜସଜ୍ଜା କମିଟି ଓ ସାଂସ୍କୃତିକ କମିଟି ଆଦିକୁ ପରିବର୍ଦ୍ଧିତ କରାଯାଇ ଆଲୋଚନା କରାଯାଇଥିଲା । ପୁର୍ବରୁ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯିବାକୁ ନିଷ୍ପତ୍ତି ନିଆଯାଇ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସ୍ଵାଧୀନତା ଦିବସ ଦିନ ସକାଳୁ ପ୍ରଭାତ ଫେରି, ରାମଧୁନ ଗାନ, ନିଜ ନିଜ କାର୍ଯ୍ୟଳୟରେ ଜାତୀୟ ପତାକା ଉତ୍ତୋଳନ ପରେ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅତିଥିଙ୍କ ଦ୍ଵାରା ସମବେତ ପ୍ୟାରେଡ ଅଭିବାଦନ ଗ୍ରହଣ କରିସାରିବା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ଦଳୀୟ ଆକାରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଏବିଇଓ କାନ୍ତାରାମ ଧରୁଆ, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଦମକଳ ବିଭାଗ ଓଆଇସି ଶ୍ରୀକାନ୍ତ ସେଠ୍, ଡବ୍ଲୁଇଓ ଭିମରାମ ମାଝୀ, ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ବାଗ, ପ୍ରଧାନଆଚାର୍ଯ୍ୟ ସୁମନାନନ୍ଦ ଖମାରୀ, ଡିଭାଇନ କିଡ୍ସ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଅଶୋକ ମହାନନ୍ଦ, ଖେଳ ଶିକ୍ଷକ ରାଧେକୃଷ୍ଣ ବଘାର, ଶରତ ପଧାନ, ସୁନନ୍ଦ ପ୍ରଧାନ, ନୀତେଶ ତାଣ୍ଡି, ଝସକେତନ ରାଜହଂସ, ଜିତେନ୍ଦ୍ର ସୁନା, ରାଜ ସିଂ ବାବୁ, ରୁପେଶ ଷାଣ୍ଡ, ସାମ୍ବାଦିକ ଗିରିଧାରୀ ସାହୁ, ପ୍ରେମାନନ୍ଦ ତାଣ୍ଡି, ଜୟନ୍ତ କୁମାର ସାହୁ, ନବୀନ ତାଣ୍ଡି, କେଦାର ବଡଜେନା, ଅମରେଶ ମାଝୀଙ୍କ ସହ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିପିଏମ ଡ ଗୋପାଳକୃଷ୍ଣ ଦୀପ ଧନ୍ୟବାଦ ଦେଇଥିଲେ ।