csstore

ପବିତ୍ର ନୃସିଂହନାଥ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଚତୁର୍ଥ ପାଳିରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଭକ୍ତମାନେ ନୃସିଂହନାଥ ସ୍ଥିତ ଶିବ ମନ୍ଦିରରେ ଶିବପୂଜା ସହ ଜଳ ଲାଗି ପାଇଁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଥିବା ଦେଖାଯାଇ ଥିଲା । ଗନ୍ଧମାର୍ଦ୍ଦନ ପର୍ବତରେ ଥିବା କପିଳଧାରା ଜଳପ୍ରପାତ ଦେଖିବା ପାଇଁ ବହୁତ ଭକ୍ତ ପାହାଡ଼ ଚଢ଼ୁ ଥିବାବେଳେ ବହୁତ ଭକ୍ତ ମାନେ ନୃସିଂହନାଥ ପାପନାଶିନୀ ଝରଣାରୁ ଜଳ ଉଠାଇ ହରିଶଙ୍କର ମନ୍ଦିରରେ ଜଳ ଚଢାଇବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ବତ ଚଢ଼ୁଥିବା ଦେଖାଯାଇଥିଲା । ନୃସିଂହନାଥ ମନ୍ଦିରରେ ମଧ୍ୟ୍ୟ ବହୁତ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ଛିଡା ହୋଇ ଅନେକ ସମୟ ପରେ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରୁଥିବା ଦେଖାଯାଇଥିଲା ।

jayashree
Leave A Reply

Your email address will not be published.