ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ : ଆଦିଯୋଗୀ ପ୍ରତିମୂର୍ତ୍ତି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ଦୁଇଟାରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଦ୍ୱିପହର ଗୋଟାଏ ଯାଏଁ ମଧ୍ୟ ଦର୍ଶନ ପାଇଁ ଲାଇନ ଲାଗି ରହିଥିଲା । ତେବେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପାହାଚ ଆରମ୍ଭଠାରୁ ଭିତର ଯାଏଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭିତରେ ମଧ୍ୟ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିପରି କୁମୁଡା ପାହାଡ ଉପରେ ଥିବା ଚଣ୍ଡି ମନ୍ଦିର ଓ ଉପର ପାହାଡ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଶ୍ରଦ୍ଧାଳୁ ଉପଭୋଗ କରୁଥିଲେ । ନୂତନ ଭାବେ ନିର୍ମିତ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ବହୁତ ଲୋକଙ୍କ ଭିଡ ଜମି ଥିବା ବେଳେ ଫଟୋ ଆଉ ସେଲ୍ଫି ନେବାକୁ ପ୍ରବଳ ଭିଡ଼ ହୋଇଥିଲା । ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଜନ ସମାଗମ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି ।

jittmm
Leave A Reply

Your email address will not be published.