ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ରାହ୍ମଣିଯୋର କ୍ଲଷ୍ଟରର‌ ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ କ୍ଲଷ୍ଟରର ସିଆର୍‌ସିସି ମଣ୍ଟୁ ସାମଲ ଯୋଗ ଦେଇ ମାସିକ ବୈଠକର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ପ୍ରଗତି, କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶିଶୁ ବାଟିକା, ସାମଗ୍ରିକ ପ୍ରଗତି ପତ୍ର, ଅଗଷ୍ଟ ମାସର ଶୈକ୍ଷିକ କ୍ୟା୍ଲେଣ୍ଡେର, ଏଜେଣ୍ଡା, ଜୁଲାଇ ମାସର ମାସିକ ବୈଠକର ପୁନରାଲୋଚନା, ବିଦ୍ୟାଳୟ ପରିଦର୍ଶନ ଓ ସୁଚିନ୍ତିତ ମତାମତ ପ୍ରଦାନ, ଉପରେ ଆଲୋଚନା କରିଥିଲେ । କ୍ଲଷ୍ଟରର କାର୍ଯ୍ୟରତ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ସମେତ ଏଫ, ଏଲ ଏନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରଶିକ୍ଷଣ ନେବା ସହ ଆଲୋଚନା ରେ ଭାଗ ନେଇ ପାଠ୍ୟ ଯୋଜନା /ଟୀକା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.