ଦ୍ୱିଦୀବସୀୟ ଆଞ୍ଚଳିକ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଏସସିଇ ପରିଚାଳିତ ଆଞ୍ଚଳିକ ଖୋ ଖୋ ବାଳିକା ପ୍ରତିଯୋଗିତା ହମିରପୁର ସ୍କୁଲ ପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି । ହମିରପୁର ସ୍ଥିତ କାର୍ମେଲ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫେଡିଲେସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଏହି ଖେଳ ମାଧ୍ୟମରେ ଭାଇଚାରା, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ଓ ଐକ୍ୟବଦ୍ଧତା ସୃଷ୍ଟି କରେ ବୋଲି ମତ ରଖିଥିଲେ । ସେହିପରି ଖେଳରେ ହାରଜିତ୍ ଥାଏ । ତେବେ ହାରିବା ଖେଳାଳି ନିଜର ଖେଳ ମାଧ୍ୟମରେ ଖେଳୁଆଡ ମନୋବୃତ୍ତି ଦେଖାଇ ଆଗକୁ ବଢି ସମସ୍ତଙ୍କ ହୃଦୟକୁ ଜିତିଥାଏ ବୋଲି ସେ ମତ ରଖି କାର୍ମେଲ ସ୍କୁଲର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ କ୍ରୀଡା କିପରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ ତାହାର ଏହା ଏକ ଉଦାହରଣ ବୋଲି ମତ ରଖିଥିଲେ । ସୂଚନାଯୋଗ୍ୟ ଯେ ଏହି ଦ୍ୱିଦିବସୀୟ ଖୋଖୋ ପ୍ରତିଯୋଗିତାରେ ରାଜ୍ୟର ବ୍ରହ୍ମପୁର, ବାଲେଶ୍ଵର, କଟକ, ଢେଙ୍କାନାଳ, ବଲାଙ୍ଗିର, ଝାରସୁଗୁଡ଼ା, ରାୟଗଡ଼ା ଓ ରାଉରକେଲାର ବିଭିନ୍ନ ବିଦ୍ୟାଳୟରୁ ୧୯୨ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଫାଦର ରାଜକୁମାର, ସିଷ୍ଟର ଜୟସିଲିଆ, ଏସପିଏଲ ଆକାଂକ୍ଷା ବିଲୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ତରଫରୁ ପ୍ରାର୍ଥନା ଓ ସ୍ୱାଗତ ସଂଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତ ରେଫ୍ରିମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ରାୟ ସମ୍ମାନିତ କରିଥିଲେ । ଶେଷରେ ପ୍ରତିମା ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଷ୍ଟର ସିଜା, ଅନିତା ଫ୍ରାନ୍ସିସ, ଉପସଭାପତି ଆର ମିଲିଆନ, ଆନ୍ନା ସୁଷମା,କୌଶିକ ଦାସ, ମୋନାଲିସା ମିଶ୍ର, ଜୟଶ୍ରୀ ମିଶ୍ର, ରୁବି ରାୟ, ଇନ୍ଦିରା ନାୟକ, ଧର୍ମେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.