csstore

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା, (ଅକ୍ଷୟ ପିଡ଼ିସିକା) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ବାରମ୍ଵାର ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିନାହିଁ । ତେଣୁ ଦାବି ଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ନେହା ସିଂହ ଓ ପଦ୍ମା ସେନାପତିଙ୍କ ନେତୃତ୍ୱରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଭି. ସରୋଜିନୀଙ୍କୁ ୧୦ଦଫା ଦାବିପତ୍ର ପ୍ରଦାନ କରିବା ସହ ଅନୁରୋଧ କରିଥିଲେ । ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କହିଛନ୍ତି । ଏଥିରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ହସ୍ପିଟାଲ କର୍ତୃପକ୍ଷ ସମୂର୍ଣ୍ଣ ଦାୟୀ ରହିବେ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାଶ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଉପସଭାପତି ଦୁର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଉଷାରାଣୀ ଦାସ ଉପସ୍ଥିତ ରହି ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜେମାଦେଇପେଣ୍ଠ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଯୋଗ ଦେଇଥିବା ବେଳେ କାମୀନି କାରୁଆ, କଲ୍ୟାଣୀ ଦାଶ, ସବିତା ନିହାଲ, ମଞ୍ଜୁଳା କୌଶଲ୍ୟା ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.