csstore

ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବଲାଙ୍ଗିରରେ ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ ହୋଇଯାଇଛି । ସଭାରେ ବ୍ଲକ କୃଷି ଅଧିକାରୀ ତଥା ବ୍ଲକ ବୈଷୟିକ ଆବାହକ ବିଶ୍ୱଜିତ ପାଟ୍ଟଯୋଷି ସଭାପତିତ୍ୱ କରିଥିଲେ । ସଭାରେ ସହକାରୀ କୃଷି ଅଧିକାରୀ ବଲାଙ୍ଗିର ସୂଜାତା ଛାତ୍ରିଆ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ସଭ୍ୟସଭ୍ୟାମାନଙ୍କୁ ସ୍ୱାଗତ କରି ଉପସ୍ଥାପନ କରିଥିଲେ । ଏଥିରେ ପଶୁ ସମ୍ପଦ ବିଭାଗ ସ୍ୱର୍ଣ୍ଣପ୍ରଭା ଶତପଥି ସରକାରୀ ପ୍ରାଣୀ ଚିକିତ୍ସକ ଅଧିକାରୀ, ମତ୍ସ୍ୟ ବିଭାଗର ପ୍ରକାଶ କୁମାର ଶତପଥି, ସହକାରୀ ଶସ୍ୟ ଅଧିକାରୀ, ଉଦ୍ୟାନ ବିଭାଗର ସୁଚିସ୍ମିତା ମେହେର ସହକାରୀ ଉଦ୍ୟାନ ଅଧିକାରୀ, ଶିଶୁ ଉନ୍ନୟନ ଅଧିକାର ବିଭାଗର ଶୁଭଶ୍ରୀ ପାଢି, ସହକାରୀ ବୈଷୟିକ ପରିଚାଳକ ଗୁଣାକାର ବାରିକ, ଅକ୍ଷୟ କୁମାର ଘିବେଲା, ନମିତା ବାରିକ ଉପସ୍ଥିତ ଥିଲେ । ନରହରି ରାଉଳଙ୍କୁ ସର୍ବ ସମ୍ମତିକ୍ରମେ ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମନୋନିତ କରାଗଲା । ସଭ୍ୟ ଗୋଲାପ ବାଗ, ପ୍ରଦ୍ୟୁମ୍ନ ହୋତା, ବାଳକୃଷ୍ଣ ବେହେରା, ଜୟକୃଷ୍ଣ ମିଶ୍ର, ଉଦୟ ନାଏକ, ବୃନ୍ଦାବନ ନାଏକ, ସଭ୍ୟ ପଲ୍ଲବି ପଧାନ, ମମତା ନାଏକ, ରୁଚିତା ଅର୍ଚ୍ଚନା ନେଗୀ, ପ୍ରମିଳା ରାଉତ, ରିନା ଭରାସାଗର, ଶୋଭାମତୀ ଜାଲ, ଖେଳନା ନନ୍ଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ପଲ୍ଲବି ପଧାନ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟିର ସାଧାରଣ ବର୍ଗ ମହିଳା ବିଭାଗ ସଭ୍ୟା ହେବା ପାଇଁ ସର୍ବ ସମ୍ମତି କ୍ରମେ ମନୋନିତ କରାଗଲା । ସଭା ଶେଷରେ ନୂତନ ଭାବେ କମିଟି ଅଧ୍ୟକ୍ଷ ନରହରି ରାଉଳ ଓ ସଭ୍ୟା ପଲ୍ଲବି ପଧାନ ପୁଷ୍ପମାଳ ଦେଇ, ସଭ୍ୟ, ସଭ୍ୟାମାନଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଶେଷ କରାଗଲା ।

jayashree
Leave A Reply

Your email address will not be published.