csstore

ଅଗଷ୍ଟ ୩୧ରେ ବକଟି ଗ୍ରାମରେ ପରବାସୀ କୁଟୁମର ନୂଆଁଖାଇ ଭେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁ ମାଟିରୁ ବାହାରେ ରହି ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଦିଗରେ ସମର୍ପିତ ହୋଇ କାମକରୁଥିବା ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପରବାସୀ କୁଟୁମ ଚଳିତ ବର୍ଷ ଆଗାମୀ ଅଗଷ୍ଟ ୩୧ତାରିଖ ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ବକଟି ଗ୍ରାମରେ ନୂଆଁଖାଇ ଭେଟ ପାଳନ କରିବା ପାଇଁ ନିଷ୍ପତି ନେଇଥିବା ସୂଚନା ମିଳିଛି । ପରବାସୀ କୁଟୁମ୍ ଓ ବକଟି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ନୂଆଁଖାଇର ପାରମ୍ପରିକ ରୀତିନୀତି ପାଳନ, ସାଂସ୍କୃତିକ ଶୋଭାଯାତ୍ରା, ସାହିତ୍ୟ ସଭା, ସମ୍ମାନିତ କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, କବିତା ଆସର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ କୋଶଲି ଭାଷାର ପ୍ରଚାର ପ୍ରସାର ପାଇଁ ବକଟି ଗ୍ରାମର ବିଭିନ୍ନ ସ୍କୁଲ ମାନଙ୍କରେ ସମ୍ବଲପୁରୀ କୋଶଲି ଭାଷାରେ ରଚନା, ଭାଷଣ, କୁଇଜ ପ୍ରତିଯୋଗିତା ଆଦି ଆୟୋଜିତ ହେବାକୁ ସ୍ଥିର ହୋଇଛି । ଅନୁଷ୍ଠାନର ସଭାପତି କପିଳେଶ୍ୱର ଖମାରି, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମିଶ୍ର, ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ସହ ସମ୍ପାଦିକା ମାନିନୀ ମେହେର, ସଂଯୋଜକ ଉମାକାନ୍ତ ଭୋଇ, ଦେବାଶିଷ ମେହେର, ମହେନ୍ଦ୍ର ପଟେଲ, ଗଣେଶ ମେହେର, ଓଜସ୍ୱିନୀ ମାହାର, ସୁକୁମାର ବାଗ, ସୂର୍ଯ୍ୟ କୁମାର ପାଢ଼ୀ, ଲୋକେଶ ସାହୁ, ଡିସେମ୍ବର ମେହେର, ମନୀଷ ରଥ, ସୁରଜ ସାହୁ, ଯୁଗଳ କିଶୋର ଛାତ୍ରିଆଙ୍କ ସମେତ ବକଟି ଗାଁର ଅନେକ ଉତ୍ସାହୀ ସମଲପୁରି କୋଶଲି ସାହିତ୍ୟ ଓ ସଂସ୍କୃତି ପ୍ରେମୀମାନେ ଯୋଗଦାନ କରିଥିଲେ । ଏହି ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ଆୟୋଜକ ମାନେ କହିଛନ୍ତି । ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗଣେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ

jayashree
Leave A Reply

Your email address will not be published.