ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ଚଳିତ ବର୍ଷ ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବୈଠକରେ କଲେଜର ଶୃଙ୍ଖଳା ଓ ନିୟମାବଳୀ ସହିତ ଛାତ୍ର ଛାତ୍ରୀମମାନଙ୍କର ଭବିଷତ କିଭଳି ଉଜ୍ଜଳମୟ ହେବ ଓ ବିଦ୍ୟାଳୟର ସୁନାମ କିପରି ବଢିବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟକ୍ଷ ଡ. ସେଠ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତତ୍‌ ବ୍ୟତିତ ବିଦ୍ୟାଳୟରରେ ଆଭ୍ୟନ୍ତରିଣ କମିଟି (ଆଇସିସି) ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ପଦ୍ମାଳୟା ତ୍ରିପାଠି, ଅଧ୍ୟାପିକା ଚାରୁଲତା ମିଶ୍ର, ଅଧ୍ୟାପକ ସୁଦାମ ଚରଣ ଖମାରୀ, ଅଧ୍ୟାପକ ଡ. ଦୈତାରୀ ପୁଜାରୀ, ଅଧ୍ୟାପକ ରାଧାକାନ୍ତ ସାହୁ, ଅଧ୍ୟାପକ ଡ. ପବିତ୍ର କୁମାର ଦଣ୍ଡସେନା, କ୍ରୀଡା ଶିକ୍ଷକ ପ୍ରେମାନନ୍ଦ ବିଶି, ଗ୍ରନ୍ଥାଗାରିକ ଦୁର୍ବାଦଳ ମିଶ୍ର, କନିଷ୍ଠ କିରାଣୀ ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.