ଗାନ୍ଧର୍ବ କଳା ସମ୍ମାନରେ ସମ୍ମାନିତ ହେଲେ ଛତ୍ରପୁରର କାଠ ପାଦ ନୃତ୍ୟ ଗୁରୁ ସମୀର କୁମାର ବେହେରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାର ଦିବସ ଉପଲକ୍ଷେ ” ଓଡ଼ିଆ କଳାକାରଙ୍କ ସ୍ୱର ” ପକ୍ଷରୁ କଳାକାରମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପଠାରେ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ ଲୋକନୃତ୍ୟ ଅନୁଷ୍ଠାନ ସମୀର ନୃତ୍ୟ କେନ୍ଦ୍ରର ନୃତ୍ୟ ଶିଳ୍ପୀମାନେ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଯାନୀ ଯାତ୍ରାରେ ମାଁଙ୍କ ସମ୍ମୁଖରେ ହଉଥୁବା କଷ୍ଟ ସାଧ୍ୟ ନୃତ୍ୟକୁ ଗୁରୁ ସମିର କୁମାର ବେହେରାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ କାଳୀଙ୍କ ରୂପନେଇ ” କାଠ ପାଦ ” ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ଛୁଇଁଥିଲା । କାଠ ପାଦ ନୃତ୍ୟରେ ବର୍ଷା ଦାସ, ଆଶା ଦାସ, ଅର୍ଚିତା ପଣ୍ଡା, ଆୟୁସୁର୍ଯ୍ୟ ସେଠୀ, ସିମରାନ ନାୟକ ଏବଂ ଚାଙ୍ଗୁ ବାଦ୍ୟରେ ସମୀର କୁମାର ବେହେରା, ଅଜିତ କୁମାର ନାୟକ, ରାଜେନ୍ଦ୍ର ନାୟକ ପରିବେଷଣ କରିଥିଲେ । ମଞ୍ଚରେ ଗୁରୁ ସମୀର କୁମାର ବେହେରାଙ୍କୁ ଗାନ୍ଧର୍ବ କଳା ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ବର୍ଗର କଳାରେ ସୁନାମ ଅର୍ଜନ କରିଥିବା ଗୁରୁ କଳାକାର ସମ୍ମାନୀତ ହୋଇଥିଲେ ।

jittmm
Leave A Reply

Your email address will not be published.