ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା ଅଶୋକ ପଲାଇଙ୍କ ସ୍ୱିଟି ଡିଯାର (ନମ୍ବର: ଓଡ଼ି ୩୩ଜେ ୪୬୪୯)ର ପଛପଟ ଗ୍ଲାସକୁ ଅଜଣା ଦୁର୍ବୃତ୍ତମାନେ ମଧ୍ୟରାତିରେ ପଥର ଫୋପାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଶୋକ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅଶୋକଙ୍କ ଅଭିଯୋଗ ଅନୁଯାୟୀ, ଏନସି ପାନୁ କଲେକ୍ସନକୁ ନେଇ କିଛି ବ୍ୟକ୍ତିଙ୍କ ସହ ବିବାଦର ସମାଧାନ ହୋଇଥିଲା । କିନ୍ତୁ ସେହି ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଗାଡିର ଗ୍ଲାସ ଭାଙ୍ଗି କ୍ଷୟକ୍ଷତି ଘଟାଇଛନ୍ତି । ଏହି ଘଟଣା ଅଶୋକଙ୍କୁ ମାନସିକ ଓ ଆର୍ଥିକ ଦିଗରୁ ଆଘାତ ଦେଇଛି । ଗଞ୍ଜାମ ଥାନା ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଆଲୋଚନା ଚାଲିଛି । ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
