
ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଆଜି ସ୍ଥାନୀୟ ବାପୁଜୀ ଉଚ୍ଚ ବିଦ୍ୟାଳୟ ସୁନାମୁଦିଠାରେ କନକବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ରହିଥିଲେ । ଉପ ମୁଖ୍ୟମନ୍ତ୍ରୀ ଆଗାମି ନଭେମ୍ବର ମାସରେ ଦୁଇ ଦିନ ବ୍ୟାପୀ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ସହ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କେମିତି ହେଇ ପାରିବ ତାହାରି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସମ୍ପାଦକ ମୋହନ ସାହୁ, ଉପ ସଭାପତି ଅର୍ଜୁନ କୁମାର ସାହୁ, ଦେବରାଜ ସାହୁ, ପ୍ରେମରାଜ ଯୋଶୀ, ନବୀନ ସାହୁ, ସୁବାଷ ମଲ୍ଲିକ, ତେଜଲାଳ ବାରିକ, ଶାନ୍ତି କିଶୋର ସାହୁ, ଅମଜିତ ସାହୁ, ପକ୍ଷୀରାଜ ସାହୁ, ବିମ୍ବାଧର ବେହେରା, ସନ୍ତୋଷ କଠାର, ହରିସ୍ ପୁଟେଲ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।