ଲୋଇସିଂହା, (ବିମଳେନ୍ଦୁ ସାହୁ) : କଲ୍ୟାଣମଣ୍ଡପଠାରେ ବିଶ୍ୱକଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ କାର୍ଯ୍ୟକାରୀ ସଭାପତି ପ୍ରେମ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଜୟକୃଷ୍ଣ ସିଂ ରାୟଙ୍କ ସ୍ମୃତି ଚାରଣ କରିବା ସହିତ ବିଗତ ଦିନର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ବିବରଣୀ ଉପସ୍ଥାପନ କରିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ପ୍ରଚେଷ୍ଟାରେ ଲୋଇସିଂହା ରେଳଷ୍ଟେସନରେ ପ୍ରଥମେ ପୁରୀ -ଦୁର୍ଗ ଏକ୍ସପ୍ରେସର ରହଣି ତଥା ଆଉ କିଛି ଦିନ ପରେ ସମଲେଶ୍ୱରୀ ଏକ୍ସପ୍ରେସର ରହଣି ବ୍ୟବସ୍ଥା ହୋଇଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକାରୀ ସଭାପତି ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେବା ସହିତ ପୁରୁଣା କମିଟିକୁ ଭଙ୍ଗ ଘୋଷଣା କରିଥିଲେ । ଆସନ୍ତା ଜୁଲାଇ ୨୩ ତାରିଖ ବୁଧବାର ଦିନ କମିଟିର ପରବର୍ତ୍ତୀ ସଭା ଆୟୋଜନ କରାଯାଇ ନୂତନ କମିଟି ଗଠନ ସକାଶେ ସମ୍ପାଦକ ଦେଇଥିବା ପ୍ରସ୍ତାବକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ବୈଠକରେ ସଭ୍ୟ କବି ବାବା, ଲକ୍ଷ୍ମୀ ରଣା, ଶଙ୍କର ଅଗ୍ରୱାଲ, ଶ୍ୟାମସୁନ୍ଦର ଭୋଇ, ପ୍ରଣବ କିଶୋର ରାୟ, ରବୀନ୍ଦ୍ର ପୁଟେଲ, ଗୋପାଳ ପଧାନ, ଲାଲମାନ ନାଗ ପ୍ରମୁଖ ଉପସ୍ଥିତ ରହି ନିଜସ୍ଵ ବକ୍ତବ୍ୟ ରଖିଥିଲେ ।
