ସାମୁଦ୍ରିକ ମତ୍ସ୍ୟଜିବୀଙ୍କୁ ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟଜୀବିଙ୍କ ନିମନ୍ତେ ଦୁଇ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହରେ ସାମୁଦ୍ରିକ ମତ୍ସ୍ୟଜିବୀଙ୍କୁ ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରାଯାଇଛି । ଅତିରିକ୍ତ ମତ୍ସ୍ୟ ଅଧିକାରୀ ମେରାଇନ୍ (ହୁମୁରି) ଗଞ୍ଜାମ, ଛତ୍ରପୁର ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିରର ମତ୍ସ୍ୟ ନିର୍ଦ୍ଦେଶାଳୟ ଓଡ଼ିଶା ଏବଂ ସିଫ୍ ନେଟଙ୍କଙ୍କ ମିଳିତ ସୌଜନ୍ୟରେ ମତ୍ସ୍ୟଜୀବିଙ୍କ ନିମନ୍ତେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଥିଲା । ଶନିବାର ଉଦଯାପିତ ଅବସରରେ ସାମୁଦ୍ରିକ ମତ୍ସ୍ୟଜିବୀଙ୍କୁ ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ନିମନ୍ତେ ଅନେକ ଉତ୍ସର୍ଗୀକୃତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ’ ବିବେଚିତ ମାଛଧରା ପୋତ ପରିଚାଳନା ନିମନ୍ତେ ବ୍ୟବହୃତ ଯୋଗାଯୋଗ ଓ ନୌଚାଳନା ଉପକରଣ ଆଦି ଦକ୍ଷତା ପ୍ରଶିକ୍ଷଣ ଶିବିର ଗତ ଦୁଇଦିନ ଧରି ଆୟୋଜିତ ହୋଇଆସିଥିବା କୁହାଯାଇଛି । ଶନିବାର ଶେଷ ଦିନରେ ବିଧାୟକଙ୍କ ଦ୍ୱାରା ଉପସ୍ଥିତ ମତ୍ସ୍ୟଜୀବିମାନଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଲାଇଫ ଜ୍ୟାକେଟ ଏବଂ ଲାଇଫ-ବୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଫନେଟ ବିଶାଖାପାଟଣାରୁ ଆସିଥିବା ଟେକନିସିଆନମାନେ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ଉପକରଣର ବ୍ୟବହାର ଓ ସୁଫଳତା ଉପରେ ମତ୍ସ୍ୟଜୀବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.