ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ରୋଗୀ କାଶି ଦେବାରୁ ଅନ୍ତନଳୀରେ ବାଜିଲା ବ୍ଲେଡ : ସ୍ୱାସ୍ଥ୍ୟବସ୍ଥା ସ୍ଥିର

  • ନିରୀକ୍ଷଣ ପାଇଁ ପଠାଗଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନରେ ୨୪ ଜଣ ମହିଳାଙ୍କୁ ବନ୍ଧ୍ୟା କରଣ ଅସ୍ତ୍ରୋପଚାର ପାଇଁ ଅଣାଯାଇଥିଲା । ସେ ଭିତରୁ ୨୧ ଜଣ ମହିଳାଙ୍କ ଅସ୍ତ୍ରୋପଚାର ସରିବା ପରେ ୨୨ ନମ୍ୱରରେ ସଇଁତଳା ବ୍ଲକ ଡୁକର ଚାଞ୍ଚର ଗ୍ରାମର ଅନିତା ତାଣ୍ଡିଙ୍କ ପାଳି ଆସିଥିଲା । ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଟିକେ ବ୍ଲେଡ୍ ଅନ୍ତନଳୀରେ ବାଜିଯାଇଥିଲା, ସେହି ସ୍ଥାନକୁ ଚିକିତ୍ସା କରି ଅସ୍ତ୍ରୋପଚାର ସଫଳ ହୋଇଥିଲା । ତା’ପରେ ଅନିତାଙ୍କ ମା’ ଭୟଭୀତ ହୋଇପଡ଼ିଥିଲେ । କିଛି ସମୟ ପାଇଁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର ଓଁକାର ହୋତା ରୋଗୀ ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏହାପରେ ନିରୀକ୍ଷଣ ପାଇଁ ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ପାଇ ଏସ୍‌ଡିଏମ୍‌ଓ ପି. କେ. ନାଏକ ସେହି ସ୍ଥାନକୁ ଆସି ଡାକ୍ତରଙ୍କ ସହ କଥା ହେବା ପରେ ଅନିତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା କହି ସାମାନ୍ୟ ଟିକେ ବାଜିଥିବା କହିଥିଲେ ।

jittmm
Leave A Reply

Your email address will not be published.