ନାସା ପ୍ରାୟୋଜିତ ଗ୍ଲୋବର ତ୍ରିଂଶତମ ଆନ୍ତର୍ଜାତୀୟ ସମ୍ମିଳନୀ : ଗ୍ଲୋବ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଯୋଗଦାନ

ସାଲେଭଟା : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ଗ୍ଲୋବ ଶିକ୍ଷକ ନାସା ଦ୍ୱାରା ପ୍ରାୟୋଜିତ ଗ୍ଲୋବ ପର୍ଯ୍ୟବେକ୍ଷଣ କାମର ତ୍ରିଂଶତମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡି.ସି.ଠାରେ ଚଳିତବର୍ଷ ଜୁଲାଇ ୧୪ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବଲାଙ୍ଗିର ଇକୋମାଷ୍ଟର ଟ୍ରେନର ଦିଲ୍ଲୀପ କୁମାର ଧଳ ଉକ୍ତ ସମ୍ମଳନୀରେ ଅଂଶ ଗ୍ରହଣ କରିଥିଲେ । ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ଏକ ପ୍ରମାଣପତ୍ର ମାଧ୍ୟମରେ ତାଙ୍କର ଯୋଗଦାନ ସ୍ୱୀକୃତି ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ତାଙ୍କ ଦ୍ୱାରା ସମ୍ପାଦିତ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଯଥା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମେଘ, ଭୂମି, ବୃକ୍ଷ ଉଚ୍ଚତା, ମଶା ପରିସଂସ୍ଥା, ସୂର୍ଯ୍ୟପରାଗ ପର୍ଯ୍ୟବେକ୍ଷଣ ସମ୍ବନ୍ଧିତ କାର୍ଯ୍ୟକୁ ନାସା ପ୍ରମାଣ ପତ୍ର, ବ୍ୟାଜ ଓ ଧନ୍ୟବାଦ ଭିଡ଼ିଓ ମାଧ୍ୟମରେ ସ୍ୱୀକୃତି ପ୍ରଦାନ କରିଛି । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ସେ ୨୦୨୦-୨୧ରେ ପ୍ରଥମ ଦଶ ମଧ୍ୟରେ ସ୍ଥାନିତ ହୋଇ ପରିବେଶ ଅଧ୍ୟୟନ କେନ୍ଦ୍ର, ଜଙ୍ଗଲ ଓ ପରିବେଶ ବିଭାଗ, ଓଡିଶା ସରକାରଙ୍କ ତରଫରୁ ପ୍ରଶଂସା ପତ୍ର ସହ ଅର୍ଥ ପୁରସ୍କାର ଲାଭ କରିଥିଲେ ।

jittmm
Leave A Reply

Your email address will not be published.