pr

ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ମାମଲା : ପ୍ରତିବାଦରେ ଖପ୍ରାଖୋଲରେ କ୍ୟାଣ୍ଡେଲ ଶୋଭାଯାତ୍ରା

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଜଣେ ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ନେଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ଅଞ୍ଚଳରେ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଖପ୍ରାଖୋଲ ପୋଲିସ ଏବଂ ଏସ୍‌ଓଜି ଟିମ, ଖପ୍ରାଖୋଲର ସ୍ୱେଚ୍ଛାସେବୀ ଭାଇମାନେ ଏବଂ ସାମ୍ବାଦିକ ମାନଙ୍କ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଏହି ଘଟଣା ବିରୋଧରେ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରାଯାଇ ଖପ୍ରାଖୋଲ ବ୍ଲକ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରାରେ ତହସିଲଦାର ସତ୍ୟପ୍ରକାଶ ରାଉତରାୟ, ଥାନାଧିକାରୀ ନରେନ୍ଦ୍ର ଛତ୍ର, ଯନ୍ତ୍ରୀ ରାଜକିଶୋର ନାଏକ, ସତୀଆ ସେନ୍ଦରିଆ, ଉପେନ୍ଦ୍ର ଭୋଇ, ପବିତ୍ର ପଟେଲଙ୍କ ସହ ବ୍ଲକ କର୍ମଚାରୀ ଏବଂ ସାମ୍ବାଦିକ ଭାଇମାନେ ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରି ଥାନା ଛକଠାରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିଠାରେ ଶେଷ ହୋଇଥିଲା ।

nrusinghnath
Leave A Reply

Your email address will not be published.