ବରଗଡ଼ରେ କଂଗ୍ରେସର ବନ୍ଦ ପାଳନ ସଫଳ

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ସକାଳ ୬ଟାସମୟରେ ବରଗଡ଼ ଗାନ୍ଧିଛକ, ଭଟଲି ଛକ ହଳଦୀପାଲି ଛକ ସହ ବିଭିନ୍ନ ଏରିଆରେ କଂଗ୍ରେସ କମିଟି ପକ୍ଷରୁ ବନ୍ଦ କରାଯାଇଥିଲା । ଏଫ୍. ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଓଡ଼ିଶା ବନ୍ଦର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଥିଲା । ସକାଳୁ କଂଗ୍ରେସ କର୍ମୀ ପିକେଟିଂ ଆରମ୍ଭ କରିଥିବା ବେଳେ ରାସ୍ତାଘାଟ ଖାଁ ଖାଁ ହୋଇପଡ଼ିଥିଲା । ଦୋକାନ ବଜାର, ରାସ୍ତାଘାଟ ବନ୍ଦ ରହିଥିବା ବେଳେ ବରଗଡ଼ର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଥିଲା । ଜରୁରୀକାଳୀନ ବ୍ୟବସ୍ଥାକୁ ଛାଡି ସମସ୍ତ ଦୋକାନ, ବଜାର, ବ୍ୟାଙ୍କ, ସ୍କୁଲ, କଲେଜ ଇତ୍ୟାଦି ବନ୍ଦ ରହିଥିଲା ।

jittmm
Leave A Reply

Your email address will not be published.