pr

ପଦ୍ମପୁର ଉପଖଣ୍ଡରେ ଓଡିଶା ବନ୍ଦ ସଫଳ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାରେ ସମଗ୍ର ଓଡିଶା ବନ୍ଦ ରହିଥିବା ବେଳେ ଆଜି ପଦ୍ମପୁରରେ ତାହାର ପ୍ରଭାବ ଦେଖିବାକୁ ମିଳିଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ସ୍କୁଲ କଲେଜ, ଦୋକାନ ବଜାର ଏବଂ ଯାନ ବାହାନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କ ନେତୃତ୍ଵରେ ଭେଁଉରିଆ ଛକଠାରେ ସନ୍ତୋଷ ଶତପଥୀ, ମନୋରଞ୍ଜନ ସିଂ ବରିହା, ମୁଜାଫର ହୁସେନ୍, ଅନିଲ ଅଗ୍ରୱାଲ, ପ୍ରଦୀପ ସାହୁ, ପିଣ୍ଟୁ ନାଥ, କାହ୍ନୁ ଚରଣ ସାହୁ, ଗୋପାଳ ଧୁବଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ସେହିପରି ପାଇକମାଲ ବ୍ଲକର କଂଗ୍ରେସ ଦଳ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନତା, ତେଣୁ ସମସ୍ତ ଦୋକାନ ବଜାର, ଯାନବାହାନ ଗୁରୁବାର ବନ୍ଦ ହୋଇଯାଇଛି । ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟରେ ଅଧୟନରତ ଛାତ୍ରୀ ସୋମ୍ୟାଶ୍ରୀ କଲେଜ କର୍ତୃପକ୍ଷ, ପ୍ରଶାସନଙ୍କୁ ତାଙ୍କର ହୃଦୟ ବିଦାରକ କରୁଣା କାହାଣୀ ଜଣାଇଥିଲେ । ହେଲେ କାହାରି ପାଖରୁ ନ୍ୟାୟ ନ ପାଇବାରୁ ଶେଷରେ ମୃତ୍ୟୁକୁ ଆପଣାଇ ନିଜ ଦେହରେ ପେଟ୍ରୋଲ ଢାଳି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ ତଥା ଅନ୍ୟ କିଛି ଦଳ ସାମୁହିକ ଭାବେ ବନ୍ଦ ଡାକରା କରିଥିଲେ । ପାଇକମାଲ ଛକରେ କଂଗ୍ରେସ ବ୍ଲକ ସଭାପତି ବିଜୟାନନ୍ଦ ପଟ୍ଟନାୟକ, ପୂର୍ବତନ ସଭାପତି ବିନୋଦ କାଳିଆ, ମନୋଜ ତ୍ରିବେଦୀ, ଗଜରାଜ ସିଂ ପୁଟା, ସନ୍ତୋଷ ପାଣିଗ୍ରାହୀ, ମହେନ୍ଦ୍ର ଖୁଣ୍ଟିଆ, ଅଶ୍ୱିନୀ ପଟେଲ, ବିନୋଦ ବିଶ୍ୱାଳ, ପ୍ରାଣବନ୍ଧୁ ଦାଶ, କ୍ଷତ୍ରୀୟ ଲୁହାର, ରାହାସ ସାହୁ, ବିକାଶ ବହିଦାର, ଗତିକ୍ରିଷ୍ଣ ନାୟକ, ପିରବତୀ ନାୟକ, ପ୍ରହଲ୍ଲାଦ ସରାପ, ସରୋଜ ବାରିକ, ଉମାକାନ୍ତ ବାଗ, ପଙ୍କଜ ବାଗ ପ୍ରମୁଖ ପାଇକମାଲ ବନ୍ଦ ଡାକରାରେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.