ଦୀପିକା ଇସ୍ପାତ ଶିକ୍ଷା ସଦନରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନଠାରେ ବନମହୋତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର ସଭାପତି ନମ୍ରତା ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଏହାର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସଂହତିର ୪ ଉପସଭାପତି, ଆରଏସପି ସିଏସଆର ସିଜିଏମ କାନେକର, ମହାପ୍ରବନ୍ଧକ ମୁନମୁନ ମିତ୍ର ଏବଂ ବିଭାବଶୁ ମଲ୍ଲିକ, ସମ୍ପାଦିକା ଶାରିକା କୁମାର, କୋଷାଧ୍ୟକ୍ଷ ଅସୀମା ମିଶ୍ର, ସହ କୋଷାଧ୍ୟକ୍ଷା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ସେହିପରି ବିଦ୍ୟାଳୟର ସ୍କାଉଟ ମାଷ୍ଟର ଶ୍ରୀବତ୍ସ ସାମଲ, ଗାଇଡ ମାଷ୍ଟର ଲକ୍ଷ୍ମୀ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା, ମୋନାଲିସା ଗୈାଡ, ନିହାରିକା ବଳ, ସରୋଜିନୀ ନାୟକ, ଜୟନ୍ତ ନାୟକ, ଶରତ ପ୍ରଧାନ, ତାପସୀ ଚକ୍ରବର୍ତ୍ତୀ, ପ୍ରିୟଙ୍କା ମହାରଣା, ସନ୍ଦୀପ ପାଢ଼ୀ, ନିଳିମା ମହାପାତ୍ର ଓ ସ୍କାଉଟ ଏବଂ ଗାଇଡର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପ୍ରାୟ ୫୦ଟି ଔଷଧୀୟ ଗଛର ଚାରା ରୋପଣ କରିଥିଲେ ।

jittmm
Leave A Reply

Your email address will not be published.