ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଫେରିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା । ଏହାସହ ବିମାନବନ୍ଦରରୁ ବାସଭବନ ଯାଏଁ ରୋଡ ସୋ ବି କରାଯାଇଛି । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ସେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଭୁବନେଶ୍ୱର ଫେରିଛନ୍ତି ।

jittmm
Leave A Reply

Your email address will not be published.