ନୀଳଗିରି : କେନାଲରେ କାମ କରୁଥିଲେ, ହଠାତ ବଜ୍ରପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ରାଇପାଳରେ ଥିବା ଋଷିଆ କେନାଲରେ ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜେସିବି ଅପରେଟର ଓ ଦୁଇ ଶ୍ରମିକ ଅଛନ୍ତି । ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
