- ନୂତନ କର୍ମକର୍ତ୍ତା ନିର୍ବାଚିତ
ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ହୋଟେଲ ସୋଲେସଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ଉପଦେଷ୍ଟା ଡ଼. ପୀତବାସ ମିଶ୍ର ଅଧ୍ୟକ୍ଷତା କରିଥିଲେ । କ୍ଲବର ବିଗତ ଦିନର କାର୍ଯ୍ୟାବଳୀ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ସଭାପତି ଭାବେ ଡ଼ ପୀତବାସ ମିଶ୍ର ଓ ଉପ ସଭାପତି ଭାବେ ନିରଞ୍ଜନ ଦାସ, ସତ୍ୟାନନ୍ଦ ବେହେରା ଏବଂ କାର୍ଯ୍ୟକାରୀ ସଭାପତି ଭାବେ ସୁବାଷ ବର୍ମାଙ୍କୁ ମନୋନୀତ କରାଯାଇଛି । ସେହିପରି ଉପଦେଷ୍ଟା ଭାବେ ତ୍ରିଲୋଚନ ପଟ୍ଟନାୟକ, ବୈଦ୍ୟନାଥ ମିଶ୍ର, ଶୈଳେନ୍ଦ୍ର ମହାନ୍ତି, ବିଜ୍ଞରଞ୍ଜନ ମିଶ୍ର ଓ ରାଜ କୁମାର ଯାଦବଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏତତଃ ବ୍ୟତୀତ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ଯୁଗ୍ମ ସମ୍ପାଦକ – ଦିଲ୍ଲୀପ ଶର୍ମା, ଦିନେଶ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ – ଜଟାଧାରୀ ମାଝୀ, କୋଷାଧକ୍ଷ – ଉମେଶ ସିଂହ, ସହ କୋଷାଧକ୍ଷ – ମହେନ୍ଦ୍ର ମାହାତୋଙ୍କୁ ଚୟନ କରାଯାଇଛି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ କୁଞ୍ଜ ବିହାରୀ ରାଉତ, ସରୋଜ କୁମାର ବେହେରା, ସସ୍ମିତା ପ୍ରଧାନ, ଗନ୍ଦୁର ଓରାମ, ଶୈଳେନ୍ଦ ସାହୁ, କୁନୀଆ ବାରିକ, ଅମର ବର୍ମା, ବିରେନ ପତି, ଜଗନ୍ନାଥ ମହନ୍ତ, ସନ୍ତୋଷ ଦାଶଙ୍କୁ ମନୋନିତ କରାଯାଇଛି । ଏହି ଅବସରରେ ଖବର କାଗଜ ବିରରକ ନିରଞ୍ଜନ ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଶେଷରେ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।