ଭୁବନେଶ୍ୱର : ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍ଗେଙ୍କ ସମ୍ବୋଧନ । ରାଜ୍ୟରେ ଡବଲ ଇଞ୍ଜିନ ସରକାର କେବଳ ଧନୀଙ୍କ ପାଇଁ । କହିଲେ ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ ହୋଇଛି । ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ସେ ଆହୁରି କହିଛନ୍ତି ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ଭାରତ ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କଲେ ଖଡଗେ ।
