pr

ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ, ରାଉରକେଲା ଶାଖାର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଞ୍ଜାବ ଅହମ୍ମଦଗଡର ରାଜେନ୍ଦ୍ର ଗୋୟଲ ସସ୍ତ୍ରିକ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ରାଜୀବ ଜୈନଙ୍କ ୨୫ତମ ବିବାହ ବାର୍ଷିକୀ ଉପଲକ୍ଷେ ବସ୍ତିରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍, ଖାତା ଓ କଲମ ଦିଆଯିବା ସଙ୍ଗେ ସଙ୍ଗେ ୫୦ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ଶ୍ରୀମତୀ ମାହାତୋ ଅତିଥି ଓ ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ଶ୍ରୀ କକ୍କଡ ସଭାପତିତ୍ୱ ଅଭିଭାଷଣ ସହ ଆଜିର ଦିନରେ ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିବା ବେଳେ ସାମାଜିକ ପ୍ରତିବଦ୍ଧତା ପାଇଁ ଏହା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅସୀମ ଗୁପ୍ତା, ସ୍ୱୀକୃତି ଶୁକ୍ଳା, ଅନୁପମ ଗୁପ୍ତା, ପ୍ରଦୀପ ପଟ୍ଟନାୟକ, ଶିବପ୍ରସାଦ ତ୍ରିପାଠୀ, ରବି ଦାସ, ଅଞ୍ଜୁ କକ୍କଡ, ପ୍ରାଞ୍ଜଳୀ ନାଗ ସହ ଉତ୍ତମ ବସ୍ତିର ସମାଜସେବୀ ଧନଞ୍ଜୟ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.