ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ପାଠାଗାରର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ମାସିକ ସାହିତ୍ୟ ଆଲୋଚନା ଓ ବର୍ଷା କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ. ଅନ୍ତର୍ଜିତା ନାୟକ ଆଲୋଚ୍ୟ ବିଷୟ ବର୍ଷା ଲେଖକମାନଙ୍କର ଲୋଭନୀୟ ଋତୁ ସମ୍ପର୍କରେ ଆଲୋଚନା କରି କହିଲେ ଯେ ବର୍ଷା ଜୀବ ଜଗତ ପାଇଁ ପ୍ରକୃତିର ଏକ ମହାର୍ଘ ଦାନ, ବର୍ଷା କେବେ ଏକା ଏକା ଆସେନି ସାଥିରେ ପବନ, ବିଜୁଳି, ଘଡଘଡି, ଚଡଚଡି, ପ୍ରକୃତିକୁ ସବୁଜିମା କରିବା ପାଇଁ ସମସ୍ତ ପ୍ରକାର ଉପାଦାନ ନେଇ ଆସେ । ସେ କହିଲେ ବର୍ଷା ସ୍ୱୟଂ ଏକ କବିତା, ଯାହାକି ପ୍ରତ୍ୟେକ କବି ବା ଲେଖକଙ୍କ ଲାଗି ଏକ ଲୋଭନୀୟ ଶବ୍ଦ । ସଭାପତି ବିଶିଷ୍ଟ କଥାକାର ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ପାଠାଗାରର ସାଧାରଣ ସଂପାଦକ ଶ୍ରୀ ବରାଳ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଇଂ.ଅଭୟ କୁମାର ଦାସ ସୁନ୍ଦର ଭାବେ ବିଭିନ୍ନ ଉଦାହରଣ ଦେଇ ବର୍ଷା ଋତୁର ପ୍ରକୃତି ବର୍ଣ୍ଣନା କରିଥିଲେ । ସାମ୍ମୁଖ୍ୟର ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ସଂପାଦକୀୟ ବିବରଣୀ ସହ ପ୍ରତିମାସ ପ୍ରଥମ ରବିବାର ସାହିତ୍ୟ ହେବବୋଲି ସୂଚନା ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ସଭାପତିତ୍ୱ, ସୁଚିତ୍ରା ଲେଙ୍କା ଓ କିଶୋରୀ ମୋହନ କରଙ୍କ ସଂଯୋଜନାରେ ଗାଳ୍ପିକା ଜୋତ୍ସ୍ନା କୁମାରୀ ନାଏକ ଗଳ୍ପ ପାଠ କରିଥିଲା ବେଳେ କବି କୁଞ୍ଜବିହାରୀ ରାଉତ ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ବ୍ରହ୍ମାନନ୍ଦ ପାଢୀ, ସାଗର ମହାନ୍ତି, ଗୌତମ ଦାସ, ବଳରାମ ଦାଶ, ଦେବେନ୍ଦ୍ର ବଳ, ନିକୁଞ୍ଜ ବିହାରୀ ଦାଶ, ଅମୀୟ ମହାନ୍ତି, ସୁବାସ ମହାପାତ୍ର, ସତ୍ୟ ନାରାୟଣ ଦାଶ,ଭୀମସେନ ସାହୁ ଆଦି କବିମାନେ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶର୍ମିଷ୍ଠା କବି ଶତପଥି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ , ଜଗନ୍ନାଥ ରାଉତ, ସୁକାନ୍ତ ଖୁଣ୍ଟିଆ, ଡ.ରାମକୃଷ୍ଣ ବିଶ୍ୱାଳ, ସୁନିଲ ମହାନ୍ତି, ବ୍ରଜ କିଶୋର ପାଣି ଆଦି ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.