pr

ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ

dr. purohit
  • ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ସୁଶ୍ରୀ ଇପ୍ସିତା ବିଶ୍ୱାଳଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କୁନାଲ କୁମାର କେଶରୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ଉପବାଚସ୍ପତି ଭବାନୀଶଙ୍କର ଭୋଇ ମୁଖ୍ୟଅତିଥି, ତହସିଲଦାର ନିବେଦିତା ପ୍ରଧାନ ଓ ରାଉରକେଲା ବିଜେପି ସଭାପତି ପୂର୍ଣ୍ଣିମା କେରକେଟା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱାରୋପ କରିବା ସହ, ଗ୍ରାମାଞ୍ଚଳ ମାନଙ୍କରେ ଅସ୍ତିତ୍ୱ ଭଳି ସାମାଜିକ ଅନୁଷ୍ଠାନ ତଥା ବିଭିନ୍ନ ଏନଜିଓ ମାଧ୍ୟମରେ ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ଚାହୁଁଛୁ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ଜେନା ପାଣିରେ ବୁଡି ମୃତ୍ୟୁ, ସର୍ପାଘାତ ବା ବଜ୍ରାଘାତରେ ପ୍ରାଣ ହରାଇଲେ ୪ଲକ୍ଷ ଟଙ୍କା ଓ ଅଂଶୁଘାତରେ ମୃତ୍ୟୁବରଣ କଲେ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଥିବା ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଶ୍ରୀମତୀ କେରକେଟା ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସୁଶ୍ରୀ ବିଶ୍ୱ ବନ୍ଦିତା ଦାସ, ସୁଶ୍ରୀ ରାଜେଶ୍ୱରୀ ଜେନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସାମାଜିକ କର୍ମୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସୁବ୍ରତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ସଭାପତି ସୁଶ୍ରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ସ୍ୱତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ସମାଜସେବୀ ସୁବାସ ପାପୁଡିଆ, ରମେଶ ଗୋପାଲବାସିଆ, ଡ଼ଃ ମଧୁସ୍ମିତା ଧୁପାଳ, ବସୁମତୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ମାଳବିକା ପରିଡ଼ା, ଗୈାରୀ ପ୍ରଧାନ, ଧିରେନ ବିଶ୍ୱାଳ, ସୁମତୀ ସେନାପତି, ନନ୍ଦିନୀ ମୁଣ୍ଡା, ତିଳୋତ୍ତମା ପୁରନ, ବିଷ୍ଣୁ ଭଞ୍ଜ, ରବିନ୍ଦ୍ର ଭଞ୍ଜ, ଅଜିତ ସାମଲ, ଅମିତ କୁମାର, ସବିତା, ଶିବମ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.