pr

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆମ୍ବପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ସଇଁତଳା, (ଖୁସିରାନି ସାହୁ) : ଆଜି ନବୀନ ଜୈନ, ବିଧାୟକ, ଟିଟିଲାଗଡଙ୍କ ନେତୃତ୍ୱରେ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆମ୍ବପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ରାମା ଛତ୍ରିଆ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ସଦାଶିବ ଗହିର ଓ ସମସ୍ତ ସଦସ୍ୟମାନେ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ସମାଜସେବୀ ସୁବାସିଂ ଛତ୍ରିଆ ଓ ପ୍ରକୃତି ମିତ୍ର ତଥା ସବୁଜ ବନାନିର କର୍ଣ୍ଣଧାର ତଥା ଉଦୀୟମାନ ସମାଜସେବୀ ସୁରେନ୍ଦ୍ର ଭୋଇ, ଧୂମାପ।ଲି, ଏବଂ ବିଦ୍ୟାଳୟର ଶିକ୍ଷା କର୍ମଚାରୀ ସୁଶୀଲ କୁମାର ଭୋଇ, ଛନ୍ଦା ଚରଣ ସୁନା, ଚକ୍ର ଧର ବାଗ, ଅନିଲ କୁମାର ନନ୍ଦ, ରାଜକିଶୋର କୁଅର୍, କ୍ଷେତ୍ର ମେହେର, ରାଜବିହାରି ବଞ୍ଛୋର୍, ପର୍ଶୁରାମ ପଟେଲ, ବଇଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହିର, ଦେବରାଜ ଭୋଇ, ଓ ଶତାଧିକ ଦଳୀୟ କର୍ମୀ ତଥା ଆମ୍ବପାଲି ଗ୍ରାମପଞ୍ଚାୟତର ସର୍ବସାଧାରଣ ଉପସ୍ଥିତ ଥିଲେ । ଛନ୍ଦା ଚରଣ ସୁନା ଧନ୍ୟବାଦ୍ ଦେଇଥିଲେ । ସର୍ବ ପ୍ରଥମେ ବିଧାୟକଙ୍କୁ ଫୁଲମାଳ ସହ ଉତ୍ତରୀୟ ଦେଇ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.