oom

୧୧୪ତମ ମାସିକିୟା ମାଗଣା ହାଟ-ମାନବ ସେବା ହିଁ ମାଧବ ସେବା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୪ ତମ ମାସିକିୟା ମାଗଣା ହାଟ ଆୟୋଜିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ସୁଭାଷପଲ୍ଲୀର ଏକତା କ୍ଲବଠାରେ ୧୧୪ତମ ମାସିକିୟା ମାଗଣା ହାଟରେ ନୂଆ ପୁରୁଣା ବସ୍ତ୍ର ଘରୋଇ ଅସାବାସପତ୍ର ସ୍ୱଇଚ୍ଛାରେ ନେବାର ସୁଯୋଗ ଦିଆଯାଇ ପଲ୍ଲୀ ବାସିନ୍ଦାଙ୍କ ମଧ୍ୟରେ ଖୁସି ଓ ଆନନ୍ଦ ବଣ୍ଟା ଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଭାଷ ପଲ୍ଲିର ବାସିନ୍ଦାମାନେ ଏକତା କ୍ଲବଠାରେ ଯୋଗଦେଇଥିଲେ । ଅନ୍ୱେଷା ତରଫରୁ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀମାନେ ସେମାନଙ୍କ ମୌଳିକ ଅଧିକାର ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ମାନୋଷି ଘୋଷ, ଇ ଚୈତନ୍ୟ, ବୈଶାଖୀ ସାହୁ, ଅନ୍ଵେଷା ପଣ୍ଡା, ଦେବୀକା ଘୋଷ, ପ୍ରମୋଦ ଜଗଦେବ, ଅଶୋକ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.