oom

ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାକୁର ଓ ଶିକ୍ଷୟିତ୍ରୀ ତପସ୍ଵିନୀ ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଚିକିନିବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାକୁର ଓ ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତପସ୍ୱିନୀ ମିଶ୍ରଙ୍କୁ ସୋମବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଉଭୟ ସୋମବାର ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିକ୍ଷକ ରଞ୍ଜନ କୁମାର ସାହୁ, ରମଣୀ ସାହାଣୀ ଓ ସାଧୁରାମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ଉଭୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳି ବର୍ଣ୍ଣନା କରିବା ସହ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନ ନିରୋଗୀ ଓ ଦୀର୍ଘାୟୁ ହେବା ପାଇଁ କାମନା କରିଥିଲେ । ଶିକ୍ଷକ ଶ୍ରୀ ମହାକୁର ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ନିଜର ଦୀର୍ଘ ଚାକିରୀ ଜୀବନର ସ୍ମୃତି ଅନୁଭୂତି ପ୍ରକାଶ କରି ଭାବବିହ୍ୱଳ ହୋଇପଡ଼ିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଲିଲୁମୋହନ ପଧାନ ସଂଯୋଜନା କରିଥିବା ବେଳେ ଶିକ୍ଷକ ସଞ୍ଜୟ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନକୁଳ ଦୀପ, ନରସିଂହ ସାହୁ, ମୋହନ ଚରଣ ସାହୁ, ବିବେକ କୁମାର ବେହେରା, ଉତ୍ତମ ଭରାସାଗର, ଶ୍ରଦ୍ଧାଞ୍ଜଳି ମହାନ୍ତି, ବନବାସ ପ୍ରଧାନୀଙ୍କ ସମେତ ସିରୋଲ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.