
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଇଉ.ଭି.କେ କେନ୍ଦ୍ରର ସମ୍ପାଦକ ଜନ୍ ଜର୍ଜ୍ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ମଞ୍ଚ ପରିଚାଳନା କରିଥିଲେ । କଳାସଂସ୍କୃତି ମଞ୍ଚର ଉପସଭାପତି ହାଡ଼ିବନ୍ଧୁ କର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଡକ୍ଟର ସତ୍ୟଜିତ ନାୟକ ଡିଆଇଜି ବାଲେଶ୍ଵର, ସ୍ଵତନ୍ତ୍ର ଅତିଥି ନେତ୍ରାନନ୍ଦ ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଯୋଗଦେଇ ଶ୍ରୀ ସେଠୀଙ୍କର ପ୍ରଚେଷ୍ଟା, ଉତ୍ସାହ, ପ୍ରେରଣା ଓ ଭଞ୍ଜମାଟି କଳାକାରମାନଙ୍କ ହୃଦୟରେ ସବୁଦିନ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଳାକାର ମଞ୍ଚ, ପାଠାଗାର, ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପାଠାଗାରାକୁ ଆସୁଥିବା ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ସଂସ୍କୃତି ଅଧିକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ ସଂଗଠନ ମାନେ ଉପହାର ପ୍ରଦାନ କରିଥିଲେ । ଉକ୍ତ ର୍କ୍ୟାକ୍ରମରେ ଜିଲ୍ଲା ସଂସ୍କୃତି ବିଭାଗର ସହକର୍ମୀ ବୃନ୍ଦ ଯୋଗଦେଇଥିଲେ । ସର୍ବଶେଷରେ ପ୍ରଦୀପ କୁମାର ଦାସମହାପାତ୍ର ସଂକଳ୍ପର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।