oom

କେସିଙ୍ଗା ରେଳ ଷ୍ଟେସନରେ ଅଘଟଣ : ଅଳ୍ପକେ ବର୍ତିଲେ ଯାତ୍ରୀ

jsmm
  • ଅମହଦାବାଦ୍ – ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ

କେସିଙ୍ଗା, (ପ୍ରୀତେଶ ପଟେଲ) : ରେଳ ଷ୍ଟେସନରେ ଅଘଟଣ । ଅମହଦାବାଦ୍ – ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏଭଳି ଏକ ବଡ଼ ଅଘଟଣ ଘଟିଛି । ସୂଚନା ମୁତାବକ ଅମହଦାବାଦ୍‌ରୁ ପୁରୀକୁ ଯାଉଥିବା ସୁପର ଫାଷ୍ଟ ଏକ୍ସପ୍ରେସ ପାଖାପାଖି ନିଜ ନିର୍ଦ୍ଧାରିତ ସମୟରେ କେସିଙ୍ଗା ରେଳ ଷ୍ଟେସନରେ ଆସି ପହଞ୍ଚିଥିଲା । କିନ୍ତୁ ଟ୍ରେନ ପହଞ୍ଚିବାର କିଛି କ୍ଷଣ ମଧ୍ୟରେ ଟ୍ରେନର ମଧ୍ୟ ଭାଗରେ ଥିବା ଏସ୍ -୧ କୋଚ୍ରେ ହଠାତ୍ ନିଆ ଲାଗିଯାଇଥିଲା । ନିଆ ଲାଗିବା ଜାଣିପାରି ଟ୍ରେନ ଏବଂ ଷ୍ଟେସନର ଯାତ୍ରୀମାନେ ଭୟରେ ଟ୍ରେନରୁ ପଳାୟନ କରିଥିଲେ । ଉକ୍ତ ବିଷୟରେ ଖବର ପାଇ କେସିଙ୍ଗା ରେଳ ଷ୍ଟେସନ ମ୍ୟାନେଜର ପ୍ରଶାନ୍ତ ଭୋଇ ଆର୍‌ପିଏଫ୍‌ଙ୍କ ସହାୟତାରେ ନିଆଁକୁ କାବୁରେ ଆଣିବାରେ ସକ୍ଷମ ହୋଇଥିଲେ ଏବଂ ହଜାର ହଜାର ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ ଟ୍ରେନଟି ୪୦ ମିନିଟ ବିଳମ୍ବରେ ପୁଣି ସ୍ଵାଭାବିକ ରୂପେ ନିଜ ଗନ୍ତବ୍ୟସ୍ଥଳୀ ପୁରୀ ପଟେ ଯାତ୍ରା ଆରମ୍ଭ କରିଥିଲା । ଟ୍ରେନଟିରେ ହଠାତ୍ କେମିତି ନିଆ ଲାଗିଲା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ି ନଥିବା ବେଳେ ତାର ତଦନ୍ତ ଜାରି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.