oom

ଦେଓଗାଁ ଅଞ୍ଚଳରେ ପବିତ୍ର ରଥଯାତ୍ରା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦେଓଗାଁ କଛାରପାଲି ଜଗନ୍ନାଥ ମନ୍ଦିରରୁ ବାହାରି ରଥକୁ ଗାଁ ପରିକ୍ରମା କରାଯାଇଥିଲା । ସେହିପରି ଗାଈବାହାଲ ପଞ୍ଚାୟତର ଅର୍ଡ଼ାରେ ଶୋହଲ ଚକିଆ ରଥରେ ମହପ୍ରଭୁଙ୍କୁ ମାଉସୀ ମନ୍ଦିରକୁ ନିଆଯାଇଥିବା ବେଳେ କୁତୁର୍ଲା ପଞ୍ଚାୟତ ମୁରସିଂ ଅଭିନବ ଶ୍ରୀକ୍ଷେତ୍ରରେ ପାରଂପାରିକ ରିତିନିତୀ ଅନୁସାରେ ତିନି ଠାକୁରଙ୍କୁ ଶ୍ରୀମନ୍ଦିରରୁ ବାହାର କରି ରଥରୁଢ଼ କରିଥିଲେ । ଦେଓଗାଁ ବ୍ଲକର ଜରାସିଂହା, କୁତୁର୍ଲା, ସାଲେପାଲି, ଗୌଡ଼ଗୋଠ, ବଡ଼ବାହାଲ, ରତାଖଣ୍ଡି, ଘୁଡ଼ଖାପଲା, ନୁଆଁପାଲି, ରତନପୁର, ଉପରଝର, ବଗଡ଼ା ପ୍ରଭୃତି ବହୁ ଗାଁରେ ସ୍ଥାନୀୟ ପରଂପରା ଅନୁସାରେ ରଥଯାତ୍ରା ସମାପନ ହୋଇଥିଲା । ହାତୀସରା ଗାଁରେ ପାରଂପରା ଅନୁସାରେ ତୃତୀୟା ତିଥିରେ ରଥଟଣା ହେଉଥିବାରୁ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା ପରେ ଗମ୍ଭିରା ଭିତରେ ରଖାଯାଇଛି । ହତୀସରାରେ ଶନିବାର ଦିନ ରଥଟଣା ହେବ । ରଥ ଟଣାଯାଇଥିବା ଦେଓଗାଁ ବ୍ଲକର ସମସ୍ତ ଗାଁରେ ଶାନ୍ତି ଶୃଙ୍ଖଳାରେ ରଥଟଣା ହୋଇଥିଲା ।

jittmm
Leave A Reply

Your email address will not be published.