pr

ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ସାପ୍ତାହିକ ଖବର କାଗଜ ପଲ୍ଲୀ ସ୍ୱର ଉନ୍ମୋଚନ

dr. purohit
  • ପଲ୍ଲୀର ସ୍ୱର, ଦିଲ୍ଲୀ ଯିବ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ରଥଯାତ୍ରା ତିଥିରେ ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ସାପ୍ତାହିକ ଖବର କାଗଜ ପଲ୍ଲୀସ୍ୱର ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ତିନି ଠାକୁର ରଥାରୂଢ ହେବା ପରେ ତାଙ୍କ ସମ୍ମୁଖରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଥିଲା । ପଦ୍ମପୁର ଏଡିଏମ କୁନାଲ ମୋତିରାମ ଚହ୍ୱାନ, ନୃସିଂହନାଥ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିହ୍ନା, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଗୋବର୍ଦ୍ଧନ ଅଗ୍ରୱାଲ, ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥି, ଦୁର୍ଗା ପ୍ରସାଦ ଅଗ୍ରୱାଲ, ସାମାଜିକ କର୍ମୀ ଗୋବିନ୍ଦ ପଟେଲ, ବାଟ କଢୁଆଳ ସମ୍ପାଦକ ସୁରେନ୍ଦ୍ର ମେହେର, ମହାସମୂନ୍ଦ ସାଂସଦ ପ୍ରତିନିଧି ରମେଶ ଦଣ୍ଡସନା, ବଳରାମ ସାହୁ, ପ୍ରକୃତି ବନ୍ଧୁ ବିଭୁତି ଭୂଷଣ ମୁଣ୍ଡ ସହ ପଲ୍ଲୀସ୍ୱରର ସମ୍ପାଦକ ରମେଶ ଚନ୍ଦ୍ର ବାରିକ ଓ ଝାରବନ୍ଧ, ପାଇକମାଲର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଉନ୍ମୋଚନ ପରେ ସାଂସଦ ଶ୍ରୀ ପୁରୋହିତ ପଲ୍ଲୀସ୍ୱର ପ୍ରତ୍ୟେକ ପୁର ପଲ୍ଲୀର ସ୍ୱର ହେବ ଏବଂ ଏହା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚିବ ବୋଲି କହିଥିଲେ ।

nrusinghnath
Leave A Reply

Your email address will not be published.