
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷାସଦନ ଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ଖବରଟି ଜାଣିବା ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ ପଟେଲ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଉପ-ଜିଲ୍ଲାପାଳଙ୍କ ଠାରୁ ଏହି ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି । ଯୁବ କୁଲୁତା ସମାଜର ଏଭଳି ପ୍ରାରମ୍ଭିକ ପଦକ୍ଷେପ ସମାଜ ଏବଂ ପରିବେଶ ଉପରେ ଭଲ ପ୍ରଭାବ ପକାଇବ ଓ ଏଭଳି ଉଦ୍ୟମ ଜାରି ରଖନ୍ତୁ ବୋଲି ଉପ-ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ପ୍ରଶଂସା ଆଗାମୀ ଦିନରେ ଆମ ଯୁବ କୁଲୁତା ସମାଜର ସଦସ୍ୟମାନଙ୍କୁ କାମ କରିବାକୁ ଅଧିକ ପ୍ରେରଣା ପ୍ରଦାନ କରିବ ବୋଲି ସଭାପତି ଅସୀମ ଭୋଇ ମତ ପ୍ରକାଶ କରିଛନ୍ତି ।