oom

ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମୃତି ଚାରଣ ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମତି ଚାରଣ ସଭା ଓ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ମୁରଲୀଧର ପରିଜା ସ୍ମୃତି କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାଶଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଉଦଘାଟକ ଭାବେ ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତି, ମୁଖ୍ୟବକ୍ତା ଭାବେ ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର, ସହରର ଜଣାଶୁଣା ଡାକ୍ତର ଉତ୍ତମ ଚରଣ ଜେନା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସାମ୍ପ୍ରତିକ ପରିସ୍ଥିତିରେ ଆମର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିବା ସହ ମୁରଲିଧରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମୁରଲିଧରଙ୍କୁ ବିକାଶର ବିନ୍ଧାଣି, ସାମାଜିକ ସମ୍ପର୍କର ଏକ ସେତୁ, ସଂଗ୍ରାମୀ ଲେଖକ, ସାମ୍ବାଦିକ, ସମାଜସେବୀ ଭାବେ ଅବହିତ କରି ସହରର ବିକାଶରେ ସେ ଅଭିଭାବକ ଦାୟିତ୍ଵ ତୁଲାଇଥିଲେ । ସେହିପରି ନିର୍ଭୟ, ସ୍ପଷ୍ଟବାଦିତା, ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ତାଙ୍କର ଏକ ବିଶେଷ ଗୁଣ ଥିଲା ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ମରଣିକା ସ୍ମୃତି ସମ୍ଭାର କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ରଙ୍କୁ ଆଇନ ସେବା ସମ୍ମାନ, ଡାକ୍ତର ପି କେ ଦାସଙ୍କୁ ସେବା ସମ୍ମାନ, ସଞ୍ଜୟ ବାବୁଟାଙ୍କୁ କ୍ରୀଡା ସମ୍ମାନ, ପ୍ରଦୀପ ଗୁରୁୱରାଙ୍କୁ ସଂଗୀତ କଳା ସମ୍ମାନ ଓ ରିତିକା ଜେନାଙ୍କୁ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ମାରକୀ ବକ୍ତୃତା କରାଯାଇ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂଜୀବ କୁମାର ମହାନ୍ତି, ସୁନିଲ କାୟଲ, ପ୍ରଦୀପ ଦାସ, ବସନ୍ତ ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଭାତ ମହାନ୍ତି, ଜୀବନ ସା, ଡ଼ଃ ସୁମନ ଦତ୍ତ ରାଜକିଶୋର ପ୍ରଧାନଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଆବାହକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.