
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରେଳବାଇ ବ୍ରିଜ ତଳେ ମୁହାଁମୁହିଁ ଧକ୍କାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ ଓ ପିକ୍ଅପ୍ । ଭୟଭୀତ ହୋଇଗଲେ ରାସ୍ତାରେ ଯାଉଥିବା ଯାତ୍ରୀ । ରାୟଗଡ଼ା ସହରର ମା ମଝିଘରିଆଣୀ ମନ୍ଦିର ନିକଟ ଓଭର ବ୍ରିଜ ନିକଟରେ ଦୁଇଗାଡି ମୁହାଁମୁହିଁ ଧକ୍କାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ପିକ୍ଅପ୍ ଭ୍ୟାନ୍ ପିତମହଲରୁ ରାୟଗଡା ଅଭିମୁଖେ ଆସୁଥିବା ବେଳେ କୋଇଲା ବୋଝେଇ ଗାଡ଼ି ରାୟଗଡାରୁ ଆନ୍ଧ୍ରପ୍ରଦେଶ ଯାଉଥିଲା । ଠିକ୍ ସେହି ସମୟରେ ରେଳବାଇ ବ୍ରିଜ ତଳେ ଦୁଇଗାଡି ମୁହାଁମୁହିଁ ଧକ୍କାରୁ ଜଲିଯାଇଥିଲା । ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଏଣେ ଏହି ଦୁର୍ଘଟଣା ପରେ ରାୟଗଡ଼ା-ଆନ୍ଧ୍ରପ୍ରଦେଶ ଯାତାୟାତ ଦୀର୍ଘ ସମୟ ଯାଏଁ ବନ୍ଦ ରହିଥିଲା । ଯାଦ୍ୱାରା ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ି ଅଟକି ରହିଥିଲା । ତେବେ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲା ।