oom

କେବେ ଭତ୍ତା ପାଇବେ ଦିବ୍ୟାଙ୍ଗ ଲତା ଝାଙ୍କର ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀ ପରିବାର

jsmm
  • ପ୍ରଶାସନକୁ ଗୁହାରୀ କଲେ ଦିବ୍ୟାଙ୍ଗ ପରିବାର: ଆବାସ ଯୋଜନା ପାଇଁ ଗୁହାରୀ

ତୁରେକେଲା, (ପିତାମ୍ବର ଦୀପ) : ଆମେ ଆଦିବାସୀ ଗରୀବ ଦିବ୍ୟାଙ୍ଗ ପରିବାର ଆମର ଜମି ବାଡ଼ି କିଛି ନାହିଁ । ଅନ୍ୟ ଘରେ ମୂଳ ଲାଗିଲେ ଖାଇବାକୁ ମିଳେ । ସ୍ୱାମୀ ସ୍ତ୍ରୀ ଦୁଇଜଣ କୁଳୀ ମଜୁରି କରି ଚଲୁଛୁ। ଘର ଖଣ୍ଡିଏ ନାହିଁ କି, ଚାଲ ଛପର ଘରେ ରହୁଛୁ। ଝିଅ ଦିବ୍ୟାଙ୍ଗ ତାକୁ ମଧ୍ୟ ଭତ୍ତା କି ସରକାରି ସହାୟତା କିଛି ମିଳୁନାହିଁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳୁଛି, ତୁରେକେଲା ବ୍ଲକ ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ାହାଡ ଗାଁ ହାତମୁଡ଼ାର ଲତା ଝାଙ୍କରଙ୍କ ପରିବାର, ତାଙ୍କ ବୟସ ୯ବର୍ଷ, ଦୁଇ ଆଖି ଜନ୍ମରୁ ଦେଖାଯାଏ ନାହିଁ, ସେ ୯୦ପ୍ରତିଶତ ଦିବ୍ୟଙ୍ଗ ପ୍ରମାଣ ପତ୍ର ପାଇଛନ୍ତି । କିନ୍ତୁ ତାଙ୍କୁ କୌଣସି ସରକାରୀ ସହାୟତା ମିଲି ନ ଥିବା ଅଭିଯୋଗ ସମ୍ନାକୁ ଆସିଛି, ବାରମ୍ବାର ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନକୁ କହିଲା ପରେ ମଧ୍ୟ ଧ୍ୟାନ ଦେଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାଁ ସୁଭାଷିନୀ ଝାଙ୍କର କହିବା ଅନୁସାରେ ଝିଅ ପାଠ ପଢିବାକୁ ଚାହୁଛି ହେଲେ ପାଠ ପଢ଼ି ପାରୁନାହି, ସହାୟତା ମଧ୍ୟ କିଛି ମିଳୁନାହିଁ, ଭତ୍ତା କିମ୍ୱା ଘର ଖଣ୍ଡିଏ ମଧ୍ୟ ମିଳୁନାହିଁ, ଆମେ ଆଦିବାସୀ ପରିବାର ହେଲେ ସୁଦ୍ଧା କୌଣସି ସରକାର ଆମ କଥା ସୁଣୁ ନାହି, ଆମକୁ ଘର ଖଣ୍ଡିଏ ଏବଂ ମୋ ଝିଅକୁ ଭତ୍ତା ଓ ପାଠ ପଢ଼ାଇବର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି । ଏଭଳି ସମସ୍ୟା ଘେରରେ ରହିଛନ୍ତି ଏହି ଆଦିବାସୀ ପରିବାର ସରକାରୀ ସହାୟତା ସାତ ସପନ ହୋଇ ଯାଇଛି, ଏହି ପରିବାରଙ୍କୁ ଶିଘ୍ର ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ତୁରେକେଲା ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପଚାରିବାରୁ ତଦନ୍ତ କରି ଶୀଘ୍ର ସରକାରି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି

jittmm
Leave A Reply

Your email address will not be published.