ppurohit

ସାଇଟ୍‌ କଲେଜରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ସମସ୍ତଙ୍କର ଶୁଭ କାମନା କରିଥିଲେ । ଡିପ୍ଲୋମା ଇଞିନିଅରିଂ, ସାଇଟ ନର୍ସିଂ, ସୁଶ୍ରୀ ଆଇ.ଟି.ଆଇ, ସୁଶ୍ରୀ ଡି.ଏମ.ଏଲ.ଟି, ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲି, ସୁଲୋଚନା ଦେବୀ ଶିଶୁ ମନ୍ଦିର ଅନୁଷ୍ଠାନ ସମୂହର ଷ୍ଟାଫ୍‌ କୋଭିଡ ନିୟମାନୁଯାୟୀ ଅଂଶଗ୍ରହଣ କରିଥିଲେ । ଡିପ୍ଲୋମା ଇଞିନିଅରିଂ ଅଧ୍ୟକ୍ଷା ନମିତା ପଟେଲ, ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ, ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସାଇଟ ନର୍ସିଂ ପ୍ରଶାସନିକ ଅଧୀକାରୀ ଡା.ସିଦ୍ଧେଶ୍ଵର ମିଶ୍ର, ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର, ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ ମିଶ୍ର ଓ ନିର୍ଦ୍ଦେଶକ ଗରୁଡଧ୍ୱଜ ସାଏ ମଞ୍ଚାସିନ ଥିଲେ ।

Leave A Reply

Your email address will not be published.